ମଧ୍ୟାହ୍ନଧୂପ ଓ ପହୁଡ
ଶ୍ରୀଜଗନ୍ନାଥ ମନ୍ଦିର ସ୍ଵତ୍ତ୍ଵଲିପି ଅନୁସାରେ ଏହି ନୀତି ଦିନ ୧୨.୩୦ ମିନିଟ୍ ରୁ ୧ଟା ମଧ୍ୟରେ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିର ପଞ୍ଜିକାରେ ମଧ୍ୟାହ୍ନଧୂପର ସମୟ ୨ଟା ଠାରୁ ୩ଟା ମଧ୍ୟରେ ଥାଏ । ଏହି ଧୂପ ସକାଳଧୂପ ପରି ଷୋଡଶ ଉପସ୍ତରରେ ହୋଇଥାଏ । ଭୋଗ ସାମଗ୍ରୀ ସକାଳ ଧୂପର ଭୋଗ ସାମଗ୍ରୀଠାରୁ ପୃଥକ ଅଟେ । ଏହି ଧୂପରେ ସବୁଠାରୁ ଅଧିକ ପରିମାଣର ଓ ବିଭିନ୍ନ ପ୍ରକାର ସାମଗ୍ରୀ ପନ୍ତରେ ବଢାଯାଉଥିବାରୁ ଅନ୍ୟ ଧୂପ ଅପେକ୍ଷା ଏ ଧୂପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅଧିକ ଖର୍ଚ୍ଚ ହୋଇଥାଏ ।
Spiritual
•
19
Oct 2023 11:56 AM
•
