।। ସର୍ଵ ରହସ୍ୟମୟ ଶ୍ରୀମନ୍ଦିରର ଦକ୍ଷିଣ ଘର ବା ଦକ୍ଷିଣି ଘର ।।

।। ସର୍ଵ ରହସ୍ୟମୟ ଶ୍ରୀମନ୍ଦିରର ଦକ୍ଷିଣ ଘର ବା ଦକ୍ଷିଣି ଘର ।। Part 1  👉 ‘ଦକ୍ଷିଣ ଘର’ ଶ୍ରୀମନ୍ଦିରର ପ୍ଳଟ ନମ୍ବର ୨୪ରେ ଅବସ୍ଥିତ । ମୁକ୍ତିମଣ୍ଡପ ପଟୁ ଦକ୍ଷିଣ ଦ୍ଵାର ଦେଇ ମୁଖ୍ୟ ମନ୍ଦିରକୁ ପ୍ରବେଶ କଲାବେଳେ ବାମପଟରେ ‘ଦକ୍ଷିଣ ଘର’ ରହିଛି ।  👉 ସମ୍ଭବତଃ ଶ୍ରୀମନ୍ଦିରର ଦକ୍ଷିଣ ଦିଗରେ ଏହା ସଂଲଗ୍ନ ଥ‌ିବାରୁ ଦକ୍ଷିଣି ଘର ବା ଦକ୍ଷିଣ ଘର ବୋଲି କଥିତ ଅଟେ ।  👉 ଗୋଟିଏ କ୍ଷୁଦ୍ର ଆୟତାକାର ଏହି ଘର ଭିତରେ ବିଜେ କରିଥିବା ପ୍ରତିମାଗୁଡ଼ିକ ମଧ୍ୟରୁ କେତେକ ଚଳନ୍ତି ପ୍ରତିମା ଓ ଅନ୍ୟ କେତେକ ଅଚଳନ୍ତି ପ୍ରତିମା । ।। ସର୍ଵ ରହସ୍ୟମୟ ଶ୍ରୀମନ୍ଦିରର ଦକ୍ଷିଣ ଘର ବା ଦକ୍ଷିଣି ଘର ।। Part 2 👉 ଅଚଳନ୍ତି ପ୍ରତିମାମାନେ ଆଦୌ ଘରଛାଡ଼ି ବାହାରକୁ ଆସନ୍ତି ନାହିଁ ।  👉 କେବଳ ଚଳନ୍ତି ପ୍ରତିମାମାନେ ହିଁ ଯାନିଯାତ୍ରାରେ ଉତ୍ସବ ପ୍ରତିମା ଭାବରେ ଭାଗ ନେଇଥାନ୍ତି ।  👉 ଅଚଳନ୍ତି ପ୍ରତିମା ମାନେ ହେଉଛନ୍ତି -  ଛୋଟ ରାମକୃଷ୍ଣ, ନାରାୟଣ, ବଦ୍ରି ନାରାୟଣ, ଲଡୁଗୋପାଳ, ବାମନ, ଲକ୍ଷ୍ମୀନାରାୟଣ ଓ ଶେଷଦେବ ।  👉 ଚଳନ୍ତି ପ୍ରତିମା ମାନେ ହେଉଛନ୍ତି –  ମଦନମୋହନ, ରାମକୃଷ୍ଣ, ଦୋଳଗୋବିନ୍ଦ, ନାରାୟଣ, ବାଡ଼ିନୃସିଂହ, ଲକ୍ଷ୍ମୀନୃସିଂହ, ରାମ, ଲକ୍ଷ୍ମଣ, ସୀତା, ହନୁମାନ ଓ ପଞ୍ଚୁପାଣ୍ଡବ । ପଞ୍ଚୁପାଣ୍ଡବଙ୍କ ମଧ୍ୟରୁ ତିନିମୂର୍ତ୍ତି ଚଳନ୍ତି ଅଟନ୍ତି ।  👉 ଏହାଙ୍କ ସହ ଅଠରମୂର୍ତ୍ତି ଶାଳଗ୍ରାମ ମଧ୍ୟ ରହିଛନ୍ତି । ଏହି ଘରର ଭିତର କାନ୍ଥରେ ମହାଲକ୍ଷ୍ମୀ ଓ ବଳଭଦ୍ର (ବୀରଭଦ୍ର) ମୂର୍ତ୍ତି ରହିଛନ୍ତି ।  👉 ବାହାର କାନ୍ଥରେ ଦଶଭୂଜା ଦୁର୍ଗା, ଗଣେଶ, କାର୍ତ୍ତିକେୟ, ହନୁମାନ, ଇଶ୍ଵରପାର୍ବତୀ, ଭୀମେଶ୍ଵରୀ, ହରଚଣ୍ଡୀ, ବେଢ଼ାଦୁର୍ଗା ଦନ୍ତେଶ୍ଵରୀ ଓ ହନୁମାନଙ୍କର ଚିତ୍ର ରହିଛି । ।। ସର୍ଵ ରହସ୍ୟମୟ ଶ୍ରୀମନ୍ଦିରର ଦକ୍ଷିଣ ଘର ବା ଦକ୍ଷିଣି ଘର ।। Part 3 👉 ମହାଜନ ସେବକମାନେ ଏହି ଦକ୍ଷିଣ ଘରେ ସେବା ଅଧିକାରୀ ଅଟନ୍ତି ।  👉 ପଶୁପାଳନ ସେବା ଅନ୍ତେ ଏହି ସେବାର ଅଧିକାର ହେତୁ ପୁଷ୍ପାଳକମାନେ ମଧ୍ୟ ଏହି ସେବା କରିଥାନ୍ତି ।  👉 ଦିଅଁଙ୍କ ମଧ୍ୟାହ୍ନ ଧୂପପରେ ବାହାର ଦେଉଳି ଭୋଗରୁ ଭୋଗ ଆସି ଏହି ଠାକୁରମାନଙ୍କଠାରେ ଭୋଗ ହୋଇଥାଏ ।  👉 ମହାଜନ ସେବକମାନେ ‘ଦକ୍ଷିଣ ଘର’ ଠାରେ ସେବା ଓ ବଲ୍ଲଭ ଭୋଗ କରନ୍ତି ।  👉 ବିଭିନ୍ନ ଯାନିଯାତ୍ରା ଉଦ୍ଦେଶ୍ୟରେ ବିଜେ ପ୍ରତିମାମାନଙ୍କୁ ବିଜେ କରାଇଥାନ୍ତି । ବିମାନବଡୁଙ୍କ ସହିତ ବିଜେ ସ୍ଥାନକୁ ପ୍ରଭା ଧରି ଯାଆନ୍ତି ।  👉 ଶ୍ରୀରାମ ଜନ୍ମୋତ୍ସବ ବେଳେ ଏହି ସେବକମାନେ ଦଶରଥ ଓ କୌଶଲ୍ୟା, ଶ୍ରୀକୃଷ୍ଣ ଜନ୍ମୋତ୍ସବରେ ବସୁଦେବ, ଦେବକୀ, ନନ୍ଦ ଓ ଯଶୋଦା ହୁଅନ୍ତି ।  👉 ବାମନ ଜନ୍ମରେ ଅଦିତୀ ଓ କଶ୍ୟପଙ୍କ ଭୂମିକା ତୁଲାଇଥାନ୍ତି ଏବଂ  ନୀତିରେ ଭାଗ ନିଅନ୍ତି । ।। ସର୍ଵ ରହସ୍ୟମୟ ଶ୍ରୀମନ୍ଦିରର ଦକ୍ଷିଣ ଘର ବା ଦକ୍ଷିଣି ଘର ।। Part 5 👉 ‘ଦକ୍ଷିଣ ଘର’ ସ୍ଥିତ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ଚଳନ୍ତି ପ୍ରତିମା ଅଟନ୍ତି ।  👉 ରାମବିଗ୍ରହ-ଶ୍ରୀରାମଙ୍କ ଜନ୍ମୋତ୍ସବ ତଥା ପୁଷ୍ୟାଭିଷେକ ନୀତିରେ ରାମ ରୂପେ ଉପାସିତ ହୁଅନ୍ତି ।  👉 ରାମଙ୍କ ସହ ଲକ୍ଷ୍ମଣ ଚୈତ୍ରଶୁକ୍ଳ ଦଶମୀ ଦିନ ଯଜ୍ଞରକ୍ଷା ନୀତିରେ ଅଂଶଗ୍ରହଣ କରନ୍ତି ।  👉 ଚୈତ୍ରଶୁକ୍ଳ ଏକାଦଶୀ ଦିନ ସୀତାବିବାହ ନୀତିରେ ରାମ, ଲକ୍ଷ୍ମଣଙ୍କ ସହିତ ସୀତା ମଧ୍ୟ ବିଜେ କରନ୍ତି । 👉  ହନୁମାନ ମୂର୍ତ୍ତି ପଣାସଂକ୍ରାନ୍ତି ଦିନ ହନୁମାନ ଜନ୍ମ ଲୀଳାରେ ଭାଗ ନିଅନ୍ତି ।  👉 ରାମ ନବମୀଠାରୁ ଶ୍ରୀମନ୍ଦିରରେ ସଂପୂର୍ଣ୍ଣ ରାମଲୀଳା ବିଭିନ୍ନ ସାହିର ସହଯୋଗକ୍ରମେ ଅନୁଷ୍ଠିତ ହୁଏ । ନବୀନ ସଂପୃକ୍ତ ଅଭିଷେକ ବିଧି ସେହିଦିନ ହୁଏ ଯେଉଁଦିନ ପୁଷ୍ୟା ସହ କକଡ଼ା ରାଶି ସଂଯୁକ୍ତ ଥାଇ ମହାପ୍ରଭୁଙ୍କ ‘ତାରଶୁଦ୍ଧି’ ହେଉଥାଏ ।  👉 ଏହି ଅଭିଷେକ ନୀତିରେ ଦକ୍ଷିଣ ଘରୁ ବିଜେ ହୋଇ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ପୂଜା ସ୍ଥାନରେ ଉପସ୍ଥିତ ହୁଅନ୍ତି । ।। ସର୍ଵ ରହସ୍ୟମୟ ଶ୍ରୀମନ୍ଦିରର ଦକ୍ଷିଣ ଘର ବା ଦକ୍ଷିଣି ଘର ।।

Spiritual

29
Nov
2023 11:24 AM


।। ସର୍ଵ ରହସ୍ୟମୟ ଶ୍ରୀମନ୍ଦିରର ଦକ୍ଷିଣ ଘର ବା ଦକ୍ଷିଣି ଘର ।।