ଆଜିର ମଣିଷ ର ସମସ୍ୟା ଓ ଉଧାର ଜ୍ଞାନ
ଆଜିର ମନୁଷ୍ୟ ମଧ୍ୟରେ ଏତେ ଜଟୀଳତା କାହିଁକି ଉତ୍ପନ୍ନ ହୁଏ । କାହିଁକି ସେ ନିଜ କୁ ନିଜେ ବୁଝିଁପରେନି ନିଜ କର୍ମ କୁ ସୁଚାରୁ ରୂପେ ନ କରି ସମସ୍ୟା ଘେର ମଧ୍ୟ କୁ ଚାଲି ଆସେ । ମନୁଷ୍ୟ ସମାଜ ଏମିତି ହୋଇ ଧ୍ଵଂସ ହୋଇ ଯିବ ? ନିଶ୍ଚୟ ଧ୍ଵଂସ ହେବାରେ ସମୟ ନିଶ୍ଚିତ ହୋଇଛି ପ୍ରତ୍ୟେକ ବ୍ୟକ୍ତି ର ସମୟ ଅନୁସାରେ ଧ୍ଵଂସ ସୁନିଶ୍ଚିତ ସମସ୍ୟା କୁ ମୁଣ୍ଡ ରେ ଧରି ରଖିଲେ ସମସ୍ୟା ଟି ସମାଧାନ ହୁଏନି । ତାହା ଅଧିକ ଜଟିଳ ହୁଏ , ଅଧିକ ବୃହତ୍ ସମସ୍ୟା ରୂପେ ଉଭା ହୁଏ । ଯାହା ବହୁତ୍ ବ୍ୟକ୍ତି ପକ୍ଷେ ଛୋଟ ବାଳକ , ମହିଳା ପୁରୁଷ ପ୍ରଶାସନିକ ଅଧିକାରୀ, ରାଜନେତା ବଡ ଶିଳ୍ପ ପତି କେହି ବି ଏଥିରୁ ବାଦ୍ ପଡି ନାହାନ୍ତି। ଆମ ଜୀବନ ରେ ସମସ୍ୟା ଗୁଡ଼ିକ ବହୁତ୍ ଆସିଥାଏ । ସେଥି ମଧ୍ୟ ରୁ କେତେ ଜଟିଳ ସମସ୍ୟା ସମାଧାନ ପାଇଁ ଆମକୁ ବହୁତ୍ ପରିଶ୍ରମ କରିବାକୁ ପଡେ । କିନ୍ତୁ ସମସ୍ୟା ଦେଖିବାକୁ ଗଲେ ଜଟିଳ ନୁହେଁ ଆମେ ତାହା ଜଟିଳ କରାଇ ଥାଉ । ଯେମିତି ଆମ ବୁଦ୍ଧି ଅନୁସାରେ ସମସ୍ତ କାର୍ଯ୍ୟ ସମାପନ କରିବାର କ୍ଷମତା ନଥାଏ । ବେଳେ ବେଳେ ଏମିତି ହୁଏ । ଜଣେ ଜ୍ଞାନୀ ବ୍ୟକ୍ତି ମଧ୍ୟ ଅନ୍ୟ ଜଣେ ଅଧିକ ଜ୍ଞାନ ଥିବା ବ୍ୟକ୍ତି ଙ୍କ ଠାରୁ ସେ ପରାମର୍ଶ ନେଇଥାଏ। ଜ୍ଞାନ ବିତରଣ ରେ କରିବାରେ କୌଣସି ବୟସ ର ତାରତମ୍ୟ ନଥାଏ। ଜ୍ଞାନ ର କୌଣସି ପରିସୀମା ନଥାଏ । ବହୁତ୍ ଛୋଟ ଛୋଟ ଉଦାହରଣ ଆମେ ଆମ ଜୀବନ ରେ ଉପଲବ୍ଧି କରି ଥିବେ । ଚଢ଼େଇ ମାନେ ବସା ବାନ୍ଧିବା ବେଳେ, କୋଉଠୁ କଣ ଆଣି ସେମାନେ ବସା କୁ ଏତେ ଯୋର୍ ସେ କରିଥାନ୍ତି ଜେ ତାହା କେତେ ବର୍ଷ ରେ ମଧ୍ୟ ନଷ୍ଟ ହୋଇ ନଥାଏ । ପିମ୍ପୁଡ଼ି ଟିଏ ଏତେ ଛୋଟ ଯିବ ଟିଏ ହୋଇ ମଧ୍ୟ ସେ କଲୋନୀ ତିଆରି କରିପାରେ । ବର୍ଷା ଋତୁ ଗ୍ରୀଷ୍ମ ଋତୁ କୁ ଅନୁଭବ କରି ଜାଣି ପରି ତା ବହୁତ୍ ଆଗରୁ ଖାଦ୍ୟ ଶସ୍ୟ ସଂଗ୍ରହ କରିପାରେ ଯାହା ମନୁଷ୍ୟ ପକ୍ଷେ ଜାଣିବା କଷ୍ଟ କର ବ୍ୟାପାର ହୋଇଥାଏ । ବିଜ୍ଞାନ ଯାହା ମନୁଷ୍ୟ ର ନିଜ ଜ୍ଞାନ କିମ୍ବା ନିଜ ଆୟତ ର ସୀମା ମଧ୍ୟ ରେ ସମାବେଶ ହୋଇ ନଥା ଏ । ଜଣେ ବୈଜ୍ଞାନିକ ବହୁତ୍ ବଡ ବିଶ୍ଵ ବିଖ୍ୟାତ ହେଲେ ମଧ୍ୟ ସେ ତାଙ୍କର ମସ୍ତିସ୍କ ରେ ସମସ୍ତ ତଥ୍ୟ କୁ ଧରି ରଖିବା ରେ ସକ୍ଷମ ଶକ୍ତି ନଥାଏ । ଆବଶ୍ୟକ ତା ଅନୁସାରେ ଆମ କୁ ଅନ୍ୟ ର ମସ୍ତିସ୍କ ବିଚାର ଧାରା ଜ୍ଞାନ ର ଆଶ୍ରୟ ନେବାକୁ ପଡ଼ିଥାଏ । ଯେତେ ବେଳେ ଆମେ କୌଣସି ବିପତି ର ସମ୍ମୁଖୀନ ହୋଉ ସେହି ସମୟରେ ଆମେ ନିଜ ସାଙ୍ଗ ସାଥୀ , ନିଜ ବନ୍ଧୁ ବାନ୍ଧବ ଙ୍କ ସହାୟତା ।ଆଶ୍ରୟ ହେଉ । ବେଳେବେଳେ ଆମ ଏତେ ଅସ୍ଥି ର ହୋଇ ଯାଉ ଯେମିତି ଅନ୍ୟ ର ସହାୟତା କୁ ଆମେ ତୁଛ ମଣି ଅଧିକାଂଶ ସମୟ ରେ ଜୀବନ ହାରିବା ଭଳି ପଦକ୍ଷେପ ନେଇ ଥାଏ । ଅନ୍ୟ ପକ୍ଷ ରେ ଏମିତି ଆବଶ୍ୟକ ବିପଦ ରେ ସାହାଯ୍ୟ କରନ୍ତି ତୋ ଆମ କୁ ଭଗବାନ ଙ୍କ ବରଦାନ ସ୍ୱରୂପ ଲାଗେ । ଯେ ସେହି ବ୍ୟକ୍ତି ଙ୍କ ସହାୟକ ଯେମିତି ଆମର ଏକାନ୍ତ କାମ୍ୟ ବୋଲି ଭାବୁ। ଆପଣ ମଧ୍ୟ ବେଳେ ବେଳେ କୌଣସି ନା କୌଣସି ସ୍ଥାନରେ ସେହିଭଳି ଦିଗ ଦର୍ଶନ ଦେଇ ଉଚ୍ଚ ପ୍ରଶଂସିତ ହୋଇଥିବେ କେତେ ଜଣଙ୍କୁ ନିଜର ବିଚାର ଧାରା ମାଧ୍ୟମ ରେ ପରିବର୍ତ୍ତନ କରି ଥିବେ । ଏମତି ଯେତେ ବେଳେ ଆପଣଂକ ପାଖେ ସେହିଭଳି ଅନୁରୂପ ସମସ୍ୟା ଟି ଆସି ଉଭା ହୁଏ ତ ତାହା ସମାଧାନ କରିବା ଜଟିଳ ହୋଇପଡେ ଏକ ସମାନ ସମସ୍ୟା କୁ ସମାଧାନ କରିବାକୁ ଉଚିତ୍ ମାର୍ଗ ଦର୍ଶନ ମିଳିନଥାଏ । ସେତେବେଳେ ସେହି ବ୍ୟକ୍ତି ନିଜର ଜ୍ଞାନ ହଜାଇ ଦିଏ। ବୁଦ୍ଧିଜୀବି ଙ୍କ ଆଶ୍ରୟ ନିଏ । ଏହିଭଳି କିଛି ସମସ୍ୟା ଏବେ ଘଟୁଚି । ଯାହା ସମାଜର ଗତି ପଥ କୁ ଦୋହଲାଇ ଦେଲ ଭଳି ଖବର ମାନ ପ୍ରକାଶ ପାଉଛି । ନିଜର ବିଚାରଧାରା କୁ ଟିକେ ଉନ୍ନତ କରିବାରେ ଆପଣ ନିଶ୍ଚିତ ହୋଇ ପାରିବେ ଏବଂ ସମାଧାନ ର ସଂଧନ ପାଇ ପାରିବେ। ଯେଉଁ ସମସ୍ୟା କୁ ଜଟିଳ ବୋଲି ଭାବି ନ୍ୟାୟ ପଳିକା ର ଦ୍ବାରସ୍ଥ ହେଉ ଆର୍ଥିକ ହେଉ , ଘରୋଇ ହିଂସା ହେଉ , କୃଷି ବାଣିଜ୍ୟ ହେଉ । ରାଜ ନୈତିକ ହେଉ ତାହା ଆମେ ନିଜେ ଉଚିତ୍ ସମାଧାନ କରି ପାରିବା । ଆଜି ର ମନୁଷ୍ୟ ମସ୍ତିସ୍କ ରୁଗଣ ଏବଂ ବିକାଶ ନ ହେବା କାରଣ ଏବଂ ଜ୍ଞାନ ର ପରି ପ୍ରକାଶ ହୋଇ ପରୁନଥିବ। କାରଣ ହେଲା ଆମ ପୂର୍ବ ପିଢ଼ି ଉଚିତ୍ ପରାକାଷ୍ଠା ସାଧନ ଦିଗ ରେ ମନ୍ ବଳିଷ୍ଟ ପଦକ୍ଷେପ ନ ନେବା ଗର୍ଭାଶରେ ପାଳୁଥିବା ଶିଶୁ ଠାରୁ ଆରମ୍ଭ କରି ଶିଶୁ ଟି ଯୁବକ ଅବସ୍ଥା ରେ ପହଞ୍ଚିଲା ପର୍ଯ୍ୟନ୍ତ ତାକୁ ଠିକ୍ ଭୁଲ ଉପଯୁକ୍ତ ଜ୍ଞାନ ର ପରାମର୍ଶ ନ ଦେବା ଏବଂ କେବଳ ଅର୍ଥ ଆୟଂ କରିବାର ଜ୍ଞାନ ଛାଡ଼ ଅନ୍ୟ କିଛି ଜ୍ଞାନ ର ମହତ୍ତ୍ଵ କୁ ଗୁରୁତ୍ଵ ନ ଦେବା । ଦ୍ଵିତୀୟ ଅବସ୍ଥା ରେ ସେହି ଶିଶୁ ଯେତେ ବେଳେ ଯୁବକ ହୁଏ । ସେ ତାହାର ପରିବାର ଗଠନ କରେ ସେ ସେହି ଆଦର୍ଶ ରେ ଅନୁପ୍ରାଣିତ ଜ୍ଞାନ କୁ ନିଜ ପରିବାର ମଧ୍ୟ ରେ ବିତରଣ କରେ ଫଳ ରେ ଆଗାମୀ ପିଢ଼ି ଅର୍ଥ ଅର୍ଥ ଆୟ କରିବାର ଜ୍ଞାନ କୌଶଳ ସିନା ଗ୍ରହଣ କରେ କିନ୍ତୁ ବୈଦିକ ଜ୍ଞାନ ଯୋଗ, ଶାସ୍ତ୍ର ପୁରାଣ ଆୟୁର୍ବେଦ, ମନ୍ତ୍ର ଏହିଭଳି ଜ୍ଞାନ କୁ ସେ ଆଦୌ ଜାଣି ନଥାଏ । ଜୀବନ ରେ କେବେ ଯଦି କୌଣସି ବାଧା ସୃଷ୍ଟି ହୁଏ । ତୋ ସେ କାର୍ଯ୍ୟ କୁ ସମାପନ କରିବାରେ ଅସମର୍ଥ ହୁଏ । ନିଜର ବଞ୍ଚିବା ଶୈଳ, କୁ ବଦଳାଇ ନିଜର କେବଳ ନିଜର ପେଟ ପୋଷିବା ପାଇଁ ଉଦ୍ଧିଷ୍ଟ ଜ୍ଞାନ କୁ ଆରୋହଣ କରିବା ସହ । ମନ୍ କୁ ବାନ୍ଧି ରଖିବା ଉଚିତ୍ ଜ୍ଞାନ କୌଶଳ ଆମ ପୁରାତନ ଗ୍ରନ୍ଥ ଆଡ଼କୁ ଟିକେ ମନୋନିବେଶ କରିବା ଆବଶ୍ୟକ। ଆମ କୁ ଏବଂ ଆମ ଆଗାମୀ ପିଢ଼ି କୁ ଆମେ ପୌରାଣିକ ଜ୍ଞାନ ପୂର୍ବ କାଳରେ ଆମ ମନୁଷ୍ୟ ସମାଜ କିଭଳି ଭାବେ ଜୀବିକା ନିର୍ବାହ କରୁଥିଲେ ।କଣ କଣ ଜ୍ଞାନ କୌଶଳ ଥିଲା ଶିଖାଇବାକୁ ହେବ , ଯୋଗ ଜ୍ଞାନ ଉପରେ ଆଗ୍ରହ ବଢ଼ାଇବାକୁ ହେବ। ମନ୍ତ୍ର ଜ୍ଞାନ ଏବଂ ପିତା ମାତା ଙ୍କୁ ସେବା , ନାରୀ ମାନଙ୍କ ସାଲିନତା, ଶାରୀରିକ ସୁସ୍ଥ ତା, ଖାଦ୍ୟ ଗ୍ରହଣ କରିବା ଶୈଳୀ , ପ୍ରତ୍ୟେକ ଜ୍ଞାନ ଯଦି ଆମେ ଶିଖିବା ତୋ ଆମ ମନୁଷ୍ୟ ସମାଜ ପୂର୍ବ ଭଳି ଉନ୍ନତ ହୋଇପାରିବ ।
Professional
•
26
Mar 2024 11:40 PM
•