ମୋ ପ୍ରିୟତମା
ତୁମେ ମୋ ଜୀବନେ ପ୍ରଥମେ ଆସିଲ ବନ୍ଧୁ ପରିଚୟ ନେଇ, ବନ୍ଧୁତା ସୂତାରେ ଏମିତି ବାନ୍ଧିଲ ମନ ଚୋରି କଲା ସେଇ । ମୋ ମନେ ଗୋ ପ୍ରିୟା କେବେ ପ୍ରେମ ହେଲା ଜାଣି ମୁଁ ପାରିଲି ନାହିଁ, ମୋ ଜନ୍ମ ଦିନରେ ତୁମକୁ କହିଲି ମୋ ପ୍ରିୟା ହେବ କି ନାହିଁ । ତମେ ତୋ ଗୋ ପ୍ରିୟା କିଛି ନକହିଲ କେତେଦିନ ଗଲା ବିତି, ଅପେକ୍ଷା କରିଲି ଉତ୍ତରକୁ ତୁମ ବିତି ଯାଏ ଦିବାରାତି । କହିଲ ଗୋ ପ୍ରିୟା ହୃଦୟର କଥା ହୃଦୟ ତୁମର ଖୋଲି, ଭଲ ପାଏ ବୋଲି କହିଦେଲ ତୁମେ ଖୁସିରେ ପାଗଳ ହେଲି । ନିଜଠୁ ଅଧିକ ପ୍ରେମ କଲ ମତେ ହୃଦୟରେ ଜାଗା ଦେଲ, ଦିନରାତି ତୁମେ ମୋ ସାଥେ ରହିଲ ମତେ ଆପଣାର କଲ । ଏମିତି ଗୋ ପ୍ରିୟା ରହିଛ ମୋ ସାଥେ ସୁଃଖ ଦୁଃଖ ସବୁ ସହି, କେତେ କଷ୍ଟ ଦେଲି ତୁମକୁ ମନରେ ଭୁଲି ମୁଁ ପାରିବି ନାହିଁ । କଷ୍ଟ ହୁଏ ପ୍ରିୟା ତୁମ କଷ୍ଟ ଦେଖି ପାରେନା ଗୋ ମୁହିଁ ସହି, ଭଲପାଏଁ ସତେ ଜୀବନୁ ଅଧିକ ଅଲଗା ପାରେନା ରହି । ତୁମେ ଥିଲେ ସାଥେ ବହୁ ଶାନ୍ତି ମିଲେ ନଖାଇ ଗୋ ପେଟ ପୁରେ, ନଥିଲେ ସତରେ ତୁମେ ମୋର ପାଖେ ବଞ୍ଚି ଥାଉ ଥାଉ ମରେ । ମୋ ମନ ମନ୍ଦିରେ ଦେବୀ ପ୍ରିୟା ତୁମେ ପୂଜୁଛି ମୁଁ ପୂଜୁ ଥିବି, ତୁମେ ଚାଲି ଗଲେ ମତେ ଏକା କରି ସତରେ ଗୋ ମରିଯିବି । ତୁମ ସାଥେ ଧନ ବହୁ ସ୍ବପ୍ନ ମୋର କରିବାର ଅଛି ପୁରା, ସବୁ ସ୍ବପ୍ନ ଆମେ ଶୀଘ୍ର ପୁରା କରି ସେଥିରେ ବଞ୍ଚିବା ପରା । କରିବନି ପ୍ରିୟା କେବେ ମତେ ଏକା ଛାଡ଼ି ଯିବ ନାହିଁ ଦୁରେ, ମରିଯିବି ସତେ ତୁମେତ ନଥିଲେ ଦିନରାତି ମନ ଝୁରେ ।
Lifestyle
•
25
Jun 2024 1:55 PM
•

