ଶାଶ୍ୱତ ସେ ଅନୁଭଵ ****************      ଅମା ଅନ୍ଧକାରେ ହଜିବା ଆଗରୁ ପ୍ରଭୁ ତୁମେ ଦେଖାଦିଅ  ଅନ୍ଧାର ଭିତରୁ ଟାଣି ଆଣି ଦିବ୍ୟ  ଆଲୋକ ବିତରି ଯାଅ || ତୁମରି ପରସ ତୁମ ଶୁଭାଶିଷ ମଥାରେ ହୁଏ ଯେ ବୋଳି ଦୁନିଆ ଦାଣ୍ଡରେ ମୁଣ୍ଡ ଟେକି ଚାଲେ ତୁମ ବଳେ ବଳଶାଳୀ || ତୁମେ ବ୍ରହ୍ମା ବିଷ୍ଣୁ ତୁମେ ମହେଶ୍ୱର ତୁମେ ତ ଜୀବନ ଦୀପ ଅନୁସରି ତୁମ ପାଦ ପଙ୍କଜ କୁ ଅଜ୍ଞତା ର ହେଉ ଲୋପ || ଗୁଣାତୀତ ତୁମେ ରୁପାତୀତ ପ୍ରଭୁ ପୂଜ୍ୟ ଆହେ ଗୁରୁଦେବ  ତୁମ ନାମ ସ୍ମରି ପ୍ରତିଟି ନିଃଶ୍ୱାସେ ଜ୍ଞାନୀ ଗୁଣୀ ହୁଏ ଜୀବ || ତୁମଦୟାବଳେ ପଙ୍ଗୁ ଲ°ଘେଗିରି ମୂକ ଦିଏ ପ୍ରବଚନ ଅନ୍ଧ ଲେଖିଯାଏ ଜୀବନ ସା

ଶାଶ୍ୱତ ସେ ଅନୁଭଵ ****************      ଅମା ଅନ୍ଧକାରେ ହଜିବା ଆଗରୁ ପ୍ରଭୁ ତୁମେ ଦେଖାଦିଅ  ଅନ୍ଧାର ଭିତରୁ ଟାଣି ଆଣି ଦିବ୍ୟ  ଆଲୋକ ବିତରି ଯାଅ || ତୁମରି ପରସ ତୁମ ଶୁଭାଶିଷ ମଥାରେ ହୁଏ ଯେ ବୋଳି ଦୁନିଆ ଦାଣ୍ଡରେ ମୁଣ୍ଡ ଟେକି ଚାଲେ ତୁମ ବଳେ ବଳଶାଳୀ || ତୁମେ ବ୍ରହ୍ମା ବିଷ୍ଣୁ ତୁମେ ମହେଶ୍ୱର ତୁମେ ତ ଜୀବନ ଦୀପ ଅନୁସରି ତୁମ ପାଦ ପଙ୍କଜ କୁ ଅଜ୍ଞତା ର ହେଉ ଲୋପ || ଗୁଣାତୀତ ତୁମେ ରୁପାତୀତ ପ୍ରଭୁ ପୂଜ୍ୟ ଆହେ ଗୁରୁଦେବ  ତୁମ ନାମ ସ୍ମରି ପ୍ରତିଟି ନିଃଶ୍ୱାସେ ଜ୍ଞାନୀ ଗୁଣୀ ହୁଏ ଜୀବ || ତୁମଦୟାବଳେ ପଙ୍ଗୁ ଲ°ଘେଗିରି ମୂକ ଦିଏ ପ୍ରବଚନ ଅନ୍ଧ ଲେଖିଯାଏ ଜୀବନ ସାହିତ୍ୟ ଶବ ପାଏ ଜୀବଦାନ || ଗୋବିନ୍ଦଙ୍କ ଠାରୁ ଗୁରୁ ତ ମହାନ ବିଜ୍ଞ ଜାଣେ ତା'ର ଭାବ ଗୁରୁ ଙ୍କୁ ପୂଜିଲେ ଗୋବିନ୍ଦ ପ୍ରସନ୍ନ ଶାଶ୍ୱତ ସେ ଅନୁଭବ || @ପ୍ରକାଶ

Professional

25
Jul
2024 2:35 PM


ଶାଶ୍ୱତ ସେ ଅନୁଭଵ
****************     
ଅମା ଅନ୍ଧକାରେ ହଜିବା ଆଗରୁ
ପ୍ରଭୁ ତୁମେ ଦେଖାଦିଅ 
ଅନ୍ଧାର ଭିତରୁ ଟାଣି ଆଣି ଦିବ୍ୟ 
ଆଲୋକ ବିତରି ଯାଅ ||


ତୁମରି ପରସ ତୁମ ଶୁଭାଶିଷ
ମଥାରେ ହୁଏ ଯେ ବୋଳି
ଦୁନିଆ ଦାଣ୍ଡରେ ମୁଣ୍ଡ ଟେକି ଚାଲେ
ତୁମ ବଳେ ବଳଶାଳୀ ||


ତୁମେ ବ୍ରହ୍ମା ବିଷ୍ଣୁ ତୁମେ ମହେଶ୍ୱର
ତୁମେ ତ ଜୀବନ ଦୀପ
ଅନୁସରି ତୁମ ପାଦ ପଙ୍କଜ କୁ
ଅଜ୍ଞତା ର ହେଉ ଲୋପ ||


ଗୁଣାତୀତ ତୁମେ ରୁପାତୀତ ପ୍ରଭୁ
ପୂଜ୍ୟ ଆହେ ଗୁରୁଦେବ 
ତୁମ ନାମ ସ୍ମରି ପ୍ରତିଟି ନିଃଶ୍ୱାସେ
ଜ୍ଞାନୀ ଗୁଣୀ ହୁଏ ଜୀବ ||


ତୁମଦୟାବଳେ ପଙ୍ଗୁ ଲ°ଘେଗିରି
ମୂକ ଦିଏ ପ୍ରବଚନ
ଅନ୍ଧ ଲେଖିଯାଏ ଜୀବନ ସା