Srujanee Logo

ଶୀର୍ଷକ - ତୁମେ ଆଉ ମୁଁ 

ଯଦି ମୁଁ ବିଶାଳ ଗର୍ଜୁଥିବା ସମୁଦ୍ର ହୁଏ ତୁମେ କୂଳରେ ଥିବା ବେଳେ ମୁଁ ତୁମ ପାଦ କୁ ଛୁଇଁବି.... ଯଦି ତୁମେ ବିଶାଳ ଆକାଶ ହୁଅ ମୁଁ ସେଇ ଆକାଶର ନୀଳ ରଙ୍ଗ ହେବି... ଯଦି ତୁମେ ବର୍ଷା ହୁଅ ମୁଁ ସେଇ ବର୍ଷା ପରେ ହେଉଥିବା ଓଦା ମାଟିର ବାସ୍ନା ହେବି.... ଯଦି ତୁମେ ବିଚଳିତ ଭ୍ରମର ହୁଅ ମୁଁ ସମ୍ପୂର୍ଣ୍ଣ ମିଠା ପୂର୍ଣ୍ଣ ଫୁଲ ଟିଏ ହେବି.... ଯଦି ତୁମେ ଆକାଶର ଜନ୍ହ ଟିଏ ହୁଅ ମୁଁ ସେଇ ଜନ୍ହ କୁ ଟିକିଲି କରି ନାଇବି.... ଯଦି ତୁମେ ଗୋଲାପ ଟିଏ ହୁଅ ମିଠା କଷ୍ଟ ଦେଇପରୁଥିବା କଣ୍ଟା ଟିଏ ମୁଁ ହେବି.... ଯଦି ତୁମେ ବସନ୍ତ ଋତୁ ହୁଅ ମଧୁର କଣ୍ଠୀ କୋଇଲି ଟିଏ ମୁଁ ହେବି... ଯଦି ତୁମେ ସନ୍ଧ୍ୟା ଟିଏ ହୁଅ ଛୋଟ ଦୀପ ଟିଏ ମୁଁ ତୁମକୁ ଆଲୋକିତ କରିବି.... ଯଦି ତୁମେ ବିଶାଳ ସମୁଦ୍ର ହୁଅ ଛୋଟ ନଈ ଟିଏ ହେଇ ମୁଁ ତୁମ ସହ ଲୀନ ହେଇଯିବି...........

Personal

•

24
Mar
2024 1:40 PM

•


ଶୀର୍ଷକ - ତୁମେ ଆଉ ମୁଁ