ଆମେ ଓଡ଼ିଆ, ଆମ ଖାଦ୍ୟ ଭାରି ବଢ଼ିଆ
ଆମେ ଓଡ଼ିଆ କେବଳ ତରକାରୀ ପାଇଁ ଅନେକ ପର୍ବ ପାଳୁ, ଯେପରି ବ୍ୟଞ୍ଜନ ଦ୍ୱାଦଶୀ, ଦ୍ୱିତୀୟା ଓଷା, ଶାମ୍ୱ ଦଶମୀ। ଏ ସବୁ ଦିନ ଆମର ଘରେ ଘରେ ଏପରିକି ପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ଅନେକ ପ୍ରକାର ପରିବାରୁ ତିଆରି ତରକାରି ତିଆରି ହୁଏ। ପରିବା ଖାଇବା ଦ୍ୱାରା ଆମ ଶରୀରର ଭିଟାମିନ୍ ଓ ମିନେରାଲସ୍ ଜନିତ ଅଭାବ ପୂରା ହୋଇଥାଏ। ଏଥି ସହିତ ଦ୍ୱୀତିୟାରେ ହେଉଥିବା ଘାଣ୍ଟରେ ପନିପରିବା ସହ ଗଜା ମୁଗ, ବୁଟ, ମଟର ଆଦି ଡାଲି ଜାତୀୟ ଖାଦ୍ୟପଡ଼େ। ଏହା ଭିଟାମିନ୍ ସହ ପୁଷ୍ଟିସାର ବା ପ୍ରୋଟିନ୍ରେ ଭରିରହିଥାଏ। ଦେଶୀ ମସଲା ଓ ସୋରିଷ ତେଲ କିମ୍ୱା ଶୁଦ୍ଧ ଦେଶୀ ଘିଅରେ ପ୍ରସ୍ତୁତ ହେଉଥିବା ଏହି ତରକାରୀ ସବୁ ପାଟିକୁ ସ୍ୱାଦ, ଦେହକୁ ହିତ।
Food
•
28
Nov 2023 8:26 PM
•
