ବାଃ!! ବାଃ!!ରେ ମଣିଷ 

ଯଦି କାହାକୁ ଦେବାକୁ ହୁଏ ଧିକାର??ତେବେ ନିଶ୍ଚିତ ରୂପେ ମଣିଷ ପାଇବ ଏହି ଅଳଙ୍କାର!!ହେ ମଣିଷ ତୁ ପରା ବୋଲାଉ ଅମୃତର ସନ୍ତାନ... ତେବେ ପୁଣି କାହିଁ ନିଜର କ୍ଷତି ସାଙ୍ଗେ ଜଗତକୁ କରାଉ କରାଳ ବିଷରେ ଜର୍ଜରିତ!!!! ଲାଗୁଚି ଡର ଏବେ ଆମିଷ, ପରିବା, ଫଳ, କ୍ଷୀର ସବୁ ଖାଦ୍ୟର ଭକ୍ଷଣକୁ... ପୁଣି ଡର ଲାଗୁଚି Internet, Ac, Mobile ଭଳି ସବୁ ଆଧୁନିକତା ଜିନିଷର ବ୍ୟବହାରକୁ!!Common  ହେଇଗଲାଣି Hearts ଆଉ cancer.... ଆଜିର ପିଢ଼ି, କାଲିର ଭବିଷ୍ୟତ ପାଇଁ କରୁନାହିଁ ଜମା ନଜର!!! ଲାଗୁଚି ଯେମିତି ଆଜିର ଜୀବନ କାଲିକୁ ନାହିଁ.. ଆମ ପୂର୍ଵ ପିଢ଼ି ଏମିତି ଭୟ କରୁ ନ ଥିଲେ ତ କାହିଁ!! ଜଳଜଳ ହୋଇ ଦିଶୁଚି ଭବିଷ୍ୟତ ପିଢ଼ିର କଥା... ସାମାନ୍ୟ ନିଶ୍ୱାସ ନେବା ପାଇଁ କରୁଥିବେ ସେମାନେ ଅନେକ ପ୍ରଚେଷ୍ଟା!!ପୋଖରୀ, ଗାଡ଼ିଆ ତ ତାଙ୍କ ପାଇଁ ଏକ ସ୍ବପ୍ନ ଥିବ... ଶୌଚ, ମୁହଁ ଧୋଇବା ପାଇଁ wipe ର ଆବଶ୍ୟକ ହେଉଥିବ!!ରୋଗ କଷ୍ଟ କଥା କାହିଁ କହିବ... ଭୟଙ୍କର ରୋଗ ସବୁ ଘରେ ଘରେ ହଉଥିବ!!! ଯଦି ଭବିଷ୍ୟତ ପିଲାଟି ମୋର ଖାଦ୍ୟ, ପାଣି,ପବନ ପାଇଁ କରୁଥିବ ଏତେ ସଂଘର୍ଷ..... ତେବେ କେଉଁ ଅଧିକାରରେ ସବୁ ଜାଣି ଜନ୍ମଦେବି ମୁଁ ଏକ ନୂତନ ଦାୟାଦ!!!ସହିଯିବି ସିନା ଏକ ବାଞ୍ଝର ଯାତନା... ବାର୍ଦ୍ଧକ୍ୟରେ ଦେଖିବି ନାହିଁ ତ ଦାୟାଦର ତାଡନା!!! ଧିକ ଏ ମଣିଷ, ଆଉ ଧିକ ତ ଭାବନା... ଧିକ ତ କର୍ମ, ଯେଉଁଥିରେ ନାହିଁ ଭବିଷ୍ୟତର ସମ୍ଭବନା!!ସୁଖ ପଛେ ଦୌଡି ଦୁଃଖ ତୁ ଲଭୁଛୁ.. ତଥାପି ଗଛଟେ ପାଇଁ କୁଣ୍ଠାବୋଧ ଦେଖାଉଛୁ!! କଣ ଅସୁବିଧା ଅଛି ସରଳ ଜୀଵନରେ..... ଧ୍ୱଂସ କରୁଛୁ ହସି ହସି ଏ ଜଗତକୁ ଆଧୁନିକତା ନାଁରେ!!! ଏବେ ବି ସମୟ ଅଛି ସୁଧୁରି ଯା.. କେବଳ ଗୋଟିଏ ବିକଳ୍ପ, ଗଛ ଲଗେଇ ଯା!!!

Personal

21
Apr
2024 7:32 PM


ବାଃ!! ବାଃ!!ରେ ମଣିଷ