Srujanee Logo

କଳିଙ୍ଗ ସୁର 

ଗଜପତି, ଗୌଡେଶ୍ୱର, ନବକୋଟି, କର୍ଣ୍ଣାଟ,  କଳବର୍ଗେଶ୍ୱର, ତୁମେ ଶ୍ରୀ ଶ୍ରୀ ଶ୍ରୀ କପିଳେନ୍ଦ୍ର ଦେବ।।  ପରାଜୟ ଜାର ଶିରୀ ଲହୁରେ ନଥାଏ,  ଜନହିତେ, ପ୍ରଜାତନ୍ତ୍ରେ ନୀତି ପ୍ରାଣ ଯାଏ।।  କପିଳ ବ୍ରାହ୍ମଣରୁ କଳିଙ୍ଗ ରାଷ୍ଟ୍ରର ସମ୍ରାଟ,  ବୀରତ୍ୱ ଯେ ରଚିଗଲ ନଦେଖେଇ କ୍ଳେଶ।।  ଶାସନ ଗାଦିକୁ ଶୀର ମସ୍ତକେ ଲଗାଇ,  ଓଡ଼ିଶା ରାଜ୍ଯକୁ କରିଗଲ ବିଜୟୀ।।  ରଣକ୍ଷେତ୍ରେ ମହାବଳୀ, ଭାବରେ ଉଦାର ଓଡ଼ିଆ ଜାତିର ତୁମେ ବୀରାଧିବର।।  ଓଡ଼ିଆର ପ୍ରାଣ ଚତୁର୍ଦ୍ଧାମୂରତି ସେବାରେ,  ନିୟୋଜିତ ହେଇଗଲ ସେବକ ଭାବରେ।।  ଗଙ୍ଗାରୁ କନ୍ଯାକୁମାରୀ ଗାଏ ତୁମ ବୀରତ୍ୱର ଗାଥା,  ପ୍ରଥମ ନରପତି ତୁମେ ସୂର୍ୟ୍ଯବଶଂର ପ୍ରତିଷ୍ଠାତା।।  ଇତିହାସେ ସାଜିଗଲ ପ୍ରତିକର ଉଦାହରଣ,  ବୀରତ୍ୱରେ କରିଗଲ ମୃତ୍ଯୁକୁ ଆଲିଙ୍ଗନ।। 

History

•

11
Apr
2024 3:08 PM

•


କଳିଙ୍ଗ ସୁର